Odisha Weather: ରାଜ୍ୟରେ ପ୍ରବଳ ବର୍ଷା, କଟକ ଜିଲ୍ଲାର ବାଙ୍କୀଠାରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି ।

ତେବେ ଯଦି ଆମେ ଦେଖିବା କଟକ ଜିଲ୍ଲାର ବାଙ୍କୀଠାରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ହୋଇଯାଇଛି । ଏଥିସହିତ ରାଜ୍ୟରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇଯାଇଥିବା ବେଳେ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଟ୍ରଫ୍‌ଲାଇନ୍‌ ବରଗଡ଼ ଜିଲ୍ଲା ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ଗତି କରୁଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ହେଉଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଭଲ ବର୍ଷା ହେବା ଆଶା କରାଯାଉଛି ।

Heavy rainfall in Odisha

ଆସନ୍ତା ୨ ଦିନରେ ଓଡ଼ିଶା ସମେତ ସମ୍ପୂର୍ଣ୍ଣ ବିଦର୍ଭ ଓ ଛତିଶଗଡ଼ରେ ମୌସୁମୀ ସକ୍ରିୟ ହୋଇଯିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର କିଛି କିଛି ସ୍ଥାନରେ ସକ୍ରିୟ ହେବାକୁ ବାତାବରଣ ଅନୁକୂଳ ହେଉଛି। ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ ରୁ ୫.୮ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତ ୧୫ ଦିନରେ ହୋଇଥିବା ନିଅଣ୍ଟିଆ ବର୍ଷାର ଭରଣା ହୋଇପାରିବ ବୋଲି ଆଶା କରାଯାଉଛି।

ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ପବନର ଝଟ୍‌କା ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ‌ଏଥିସହ ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅବଶିଷ୍ଟ ଓଡ଼ିଶ‌ାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୮ ତାରିଖ ଦିନ କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୦ ତାରିଖ ଯାଏଁ ଅଳ୍ପ ବହୁତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+