ଶୀତ ସାଙ୍ଗକୁ ପ୍ରବଳ ବର୍ଷା: ଆଜି ଏମିତି ରହିବ ପାଣିପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ବାହାରକୁ ଯାଇ ହେଉନି କି ଆସି ହେଉନି । ଶୀତ ସାଙ୍ଗକୁ ପ୍ରବଳ ବର୍ଷା। ଦିନ ସାରା ଢାଙ୍କି ରହିଛି ବାଦଲ । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଛି ।

୨୧ ତାରିଖ ଶନିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୨ ତାରିଖରେଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ଆଉ ବର୍ଷା ସମ୍ଭାବନା ନାହିଁ । ମାତ୍ର ବର୍ଷା କମିବା ପରେ ରାଜ୍ୟରେ ପୁଣି ଶୀତ ପ୍ରକୋପ ବଢ଼ିବ । ୩ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ ।

odisha weather Heavy rain

ଗତକାଲି ଦିନ ଓ ରାତି ତାପମାତ୍ରା ମଧ୍ୟରେ ସେତେଟା ଫରକ ଦେଖିବାକୁ ମିଳି ନାହିଁ । ଦିନ ସମୟରେ ସବୁ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୪ରୁ ୯ ଡିଗ୍ରି ପର୍ଯ୍ୟନ୍ତ ଖସି ଆସିଛି । ଅନୁଗୁଳରେ ସର୍ବାଧିକ ତାପମାତ୍ରା ୨୧.୭ ଡିଗ୍ରିକୁ ହ୍ରାସ ପାଇଛି । ଯେତେବେଳେ କି ରାୟଗଡ଼ା, ଛତ୍ରପୁର, କଟକରେ ୨୨ ଡିଗ୍ରି ଲେଖାଏଁ, ଗୋପାଳପୁରରେ ୨୨.୩, ଭୁବନେଶ୍ବରରେ ୨୨.୭, ଦାରିଙ୍ଗବାଡ଼ିରେ ୨୩, ତାଳଚେର ଓ ଚାନ୍ଦବାଲିରେ ୨୩.୪, କେନ୍ଦୁଝରରେ ୨୩.୫, ପାରଳାଖେମୁଣ୍ଡି ଓ ପୁରୀରେ ୨୩.୬ ଡିଗ୍ରି ଲେଖାଏଁ ରହିଥିଲା।

ବାଲେଶ୍ବରରୁ ଭୁବନେଶ୍ବର; କଟକରୁ ଅନୁଗୁଳ, ସବୁଠି ଥିଲା କୋହଲା ପାଗ। ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ଦିଶୁଥିଲା। ତା' ଭିତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ସବୁ ସହରର ସର୍ବନିମ୍ନ ତାପମାତ୍ରା ୧୦ରୁ ୨୦ ଡିଗ୍ରି ମଧ୍ୟରେ ରହିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଖୋର୍ଦ୍ଧା ସହରରେ ସର୍ବାଧିକ ୪୦ ମିମି ବର୍ଷା ହୋଇଛି । ଯେତେବେଳେ କି ପାରାଦୀପରେ ୨୭.୮, ଜଗତ୍‌ସିଂହପୁରରେ ୧୮.୧, ନୟାଗଡ଼ରେ ୧୮, ଭୁବନେଶ୍ବରରେ ୧୬.୭, ପାରଳାଖେମୁଣ୍ଡିରେ ୧୩, କଟକରେ ୯.୬, କୋରାପୁଟରେ ୬.୨ ମିମି ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ନବରଙ୍ଗପୁର, ଯାଜପୁର, ବାଲେଶ୍ବର, ରାୟଗଡ଼ା, ବୌଦ୍ଧ, ଦାରିଙ୍ଗବାଡ଼ି, ସୋନପୁର, କନ୍ଧମାଳ, ଅନୁଗୁଳ, ଭଦ୍ରକ, ପୁରୀ ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ଶନିବାର ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+