୨୫ ଯାଏଁ କାଳବୈଶୀଖୀ ବର୍ଷା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Odisha Weather: ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ କାଳବୈଶୀଖୀ ପ୍ରଭାବରେ ଅନେକ ସ୍ଥାନରେ ପବନ ସହ କୁଆପଥର ବର୍ଷା ହୋଇଛି । ସେହିପରି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଘଡ଼ଘଡ଼ି ସବ ବର୍ଷା ଓ ପବନ ବୋହିବା ନେଇ ଆକଳନ କରାଯାଇଛି।
ଘଡ଼ଘଡ଼ ବର୍ଷ ସହ ପବନ ନେଇ ୧୭ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଆଜି ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଅନେକ ସ୍ଥାନରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।

କାଳବୈଶାଖୀ ବର୍ଷା ପ୍ରଭାବରେ ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ମାର୍ଚ୍ଚ ୨୫ରୁ ତାରିଖ ପରେ ପୁଣି ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications