Odisha Weather: ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ
Odisha Weather News: କିଛି ଦିନ ହେବ ରାଜ୍ୟରେ ବର୍ଷାର ପରିମାଣ କମିଛି । ଗୁଳୁଗୁଳି ଅନୁଭୂତ ହେଉଛି । ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ପ୍ରଭାବରେ ସୋମବାର ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ୨୪ ତାରିଖରେ ଉତ୍ତର ଓଡି଼ଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଆଜି ୧୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୨ ତାରିଖ ଅର୍ଥାତ୍ ରବିବାର ପାଇଁ ମାଲକାନଗିରି, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା(Kendrapara), ପୁରୀ, ଜଗତସିଂହପୁର, ଖୋର୍ଦ୍ଧା(Khordha) ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ପାଇଁ ମାଲକାନଗିରି, କୋରାପୁଟ, ବାଲେଶ୍ବର, ଭଦ୍ରକ(Bhadrak), କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରପଡ଼ା, ଯାଜପୁର(Jajpur), କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଅନୁଗୁଳ(Anugul) ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ୨୩ ତାରିଖରେ, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍(Koraput), ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଡ଼ଘଡି଼ ସହ ପ୍ରବଳ ବର୍ଷା ହୋଇପାରେ। ୨୪ ତାରିଖରେ ମାଲକାନଗିରି, କୋରାପୁଟ୍, ବାଲେଶ୍ବର, ଭଦ୍ରକ,କେନ୍ଦୁଝର, ମୟୂରଭଂଜ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର,ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।












Click it and Unblock the Notifications