Odisha Weather : ପ୍ରବଳ ବର୍ଷା ସମ୍ଭାବନା, ଏପ୍ରିଲ ୭ ଯାଏଁ ଏସବୁ ଜିଲ୍ଲାକୁ ଆଲର୍ଟ ଜାରି

ଆଜିଠାରୁ ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି । ସେହିପରି ଝଟକା ପବନ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ବହିବ । ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ।

୨ ତାରିଖରେ ଏସବୁ ଜିଲ୍ଲାରେ ବର୍ଷା:

ସେପଟେ ୨ ତାରିଖରେ ମଧ୍ୟ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ପାଇଁ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଜିଲ୍ଲାଗୁଡ଼ିକ ହେଉଛି, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ।

୩ ତାରିଖ ପାଇଁ ୱାର୍ଣ୍ଣିଂ:

ଅନ୍ୟପଟେ ୩ ତାରିଖ ବେଳକୁ ବର୍ଷା ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ମଧ୍ୟ ବଢ଼ିବ । ଘଣ୍ଟାପ୍ରତ ପବନର ବେଗ ୪୦ରୁ ୫୦ କିମି ରହିବ । ଏଥିପାଇଁ ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୪ ତାରିଖ ବେଳକୁ ପବନରେ ବେଗ ଆହୁରି ବଢ଼ିବ କିଛି ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୫୦ରୁ ୬୦ କିମି ରହିବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ସମ୍ବଲପୁର, ବଲାଙ୍ଗୀର, ଝାରସୁଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ୩୦ରୁ ୪୦ କିମି ରହିବ ।

୫ ତାରିଖ ପାଇଁ ଆଲର୍ଟ:

୫ ତାରିଖରେ ବର୍ଷାର ପରିମାଣ ବଢ଼ିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ରହିବ । ଏହାସହ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

୬ ଓ ୭ ତାରିଖ ପାଇଁ ଚେତାବନୀ:

ସେହିପରି ୬ ତାରିଖ ବେଳକୁ ବର୍ଷାର ପରିମାଣ କମିବ । ରାୟଗଡ଼ା, କୋରାପୁଟ, ମାଲକାନାଗିରି ଓ ଗଜଜପତି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଅନ୍ୟପଟେ ୭ ତାରିଖରେ ମଧ୍ୟ ଗଜପତି, ରାୟଗଡ଼ା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+