odisha Weather: ଆହୁରି ୩ ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା; ୟେଲୋ ଆଲର୍ଟ ଜାରି

ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ମୌମୁମୀ ଜନିତ ବର୍ଷା । କିନ୍ତୁ ଆଉ କିଛି ଦିନ ପରେ ବର୍ଷାର ପ୍ରକୋପ କମିବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶନିବାର ସକାଳ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ। ଆସନ୍ତା ରବିବାର ଓ ସୋମବାର ବର୍ଷା ହେବ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଂଜର ରାସଗୋବିନ୍ଦପୁର ଠାରେ ସର୍ବାଧିକ ୬ ସେଣ୍ଟିମିଟିର ବର୍ଷା ହୋଇଥିବା ବେଳେ ମୋରଡାରେ ୫ ସେଣ୍ଟିମିଟର ଓ ଶୁଳିଆପଦାରେ ୪ ସେଣ୍ଟିମିଟର ବର୍ଷା ହୋଇଛି। ବର୍ଷା ସମୟରେ ପ୍ରଶାସନ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି।

ସେପଟେ, ଆଜି ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୋନପୁର, ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଂଜ ଓ କଳାହାଣ୍ତି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଶୁକ୍ରବାରରୁ ଶନିବାର ସକାଳ ସୁଧା ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼ , ଦେବଗଡ, କେନ୍ଦୁଝର, ସମ୍ବଲପୁର ଓ ଦେବଗଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲାଗି ଗୁରୁବାର, ଶୁକ୍ରବାର ଓ ଶନିବାର ଉପରୁକ୍ତ ଜିଲ୍ଲା ଗୁଡିକରେ ୟେଲୋ ଆଲର୍ଟ ଜାରି ହୋଇଛି।

Odisha Weather

ଲଗାଣ ବର୍ଷା ହେବା ଫଳରେ ରାଜଧାନୀ ଦିଲ୍ଲୀ ଜଳମଗ୍ନ ହୋଇଯାଇଛି । ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ରାଜଧାନୀର ପ୍ରମୁଖ ରାସ୍ତା ନଦୀର ଭ୍ରମ ସୃଷ୍ଟି କରିଛି। ପୂର୍ବ ଦିଲ୍ଲୀ ଗାଜିପୁରରେ ଡ୍ରେନରେ ପଡ଼ି ଜଣେ ମହିଳା ଓ ଶିଶୁ ମୃତ୍ୟୁ ହୋଇଛି ।

ଲଗାତାର ବର୍ଷା ଯୋଗୁ ରାଜଧାନୀ ଉପକଣ୍ଠରେ ଥିବା ବାଲିପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି । ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷା ପାଣି ପ୍ରବେଶ କରିଛି। ଫଳରେ ଖଟିଆରେ ରୋଗୀ ସେବା ଜାରି ରହିଛି । ଅସରାଏ ବର୍ଷାରେ ଡାକ୍ତରଖାନାର ଏଭଳି ଅବସ୍ଥା ଯୋଗୁ ରୋଗୀ ସେବା ବ୍ୟାହତ ହୋଇଛି। ବୁଧବାର ବର୍ଷା ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ର ଚାରିପଟେ ପାଣି ଜମିଥିଲା । ଅପରାହ୍ନରେ ଡାକ୍ତରଖାନାରେ ପାଣି ପଶିଥିଲା । ବିଭିନ୍ନ ବିଭାଗରେ ବର୍ଷା ପାଣି ପଶିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରେ ଖଟିଆ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ପାଣି ବାହାର କରିବାରେ ଲାଗିଛନ୍ତି। ତେବେ ପାଣି ନିଷ୍କାସନ ହେଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏକ ଠିକା ସଂସ୍ଥା ଡାକ୍ତରଖାନା ବାହାରେ ଗୋଡ଼ି ଗଦା କରିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+