ODISHA WEATHER: ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା, ରାଜ୍ୟରେ ୪ ଦିନ ଛେଚିବ ବର୍ଷା
ଆଗମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା । ଚାରି ଦିନ ପରେ ଅନେକ ସ୍ଥାନରେ ମଧ୍ୟମ ଓ ହାଲୁକା ଧରଣର ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ବିଜୁଳି, ପବନ ସହ ଘଡଘଡିର ମଧ୍ୟ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ସୂଚନା ମୁତାବକ ଆଗାମୀ ୨୪ଘଣ୍ଟା ପାଇଁ ଜାରି ରହିବ ଲଗାଣ ବର୍ଷା। ଏନେଇ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ନୁଆପଡା ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବିଜୁଳି ପବନ ସହ ଝଟକା ପବନ ୪୦ରୁ ୫୦କିମି ପ୍ରତି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ସହ ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଖାଲି ବିଜୁଳି ଘଡଘଡି ସହ ଝଟକା ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । । ବାକି ଅନ୍ୟ ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଓ ହାଲକା ମଧ୍ୟମ ଧରଣର ବର୍ଷା ସହ ଝଟକା ପବନ ୩୦ରୁ ୪୦କିମି ବେଗରେ ପବନ ବହିବାର ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
12ରୁ ପ୍ରବଳ ବର୍ଷା
୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ଦକ୍ଷିଣ ଓଡ଼ିଶାକୁ ସତର୍କତା ଦିଆଯାଇଛି। ବିଜୁଳି ଘଡଘଡି ସହ ମଝିରେ ମଝିରେ ଝଟକା ପବନ ୩୦ରୁ ୪୦କିମି ପ୍ରତି ଘଣ୍ଟା ବେଗରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତା ସହିତ ହାଲକା ଓ ମଧ୍ୟମ ଧରଣର ବର୍ଷା ଆଉ କିଛି କିଛି ସ୍ଥାନରେ ହେବାର ପୁର୍ବାନୁମାନ କରାଯାଇଛି। ୧୩ ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳ ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ରାୟଗଡ଼ାକୁ ମଧ୍ୟ ସତର୍କତା ଦିଆଯାଇଛି ବିଜୁଳି ଘଡଘଡି ସହ ଝଟକା ପବନ ୩୦ରୁ ୪୦କିମି ପ୍ରତି ଘଣ୍ଟା ବହିବ ବୋଲି ପୁର୍ବାନୁମାନ କରଯାଇଛି।
କେବଳ ୧୪, ୧୫ ଓ ୧୬ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି । ୧୪ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୁର୍ବାନୁମାନ କରାଯାଇଛି । ସେହିପରି ୧୫ ତାରିଖରେ ନବରଙ୍ଗପୁର, ନୁଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୧୬ରେ ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ ।
ତେବେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଓ ହୀରାକୁଦରେ ତାପମାତ୍ରା ସର୍ବାଧିକ ୪୦.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀ, ଅନୁଗୁଳ ଜଗତସିଂହପୁରରେ ସର୍ବନିମ୍ନ ୨୧.୦ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଗଞ୍ଜାମରେ ସର୍ବାଧିକ ବର୍ଷା ରେକର୍ଡ
ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ରେକର୍ଡ କରାଯାଇଛି ।
ଗଞ୍ଜାମ ଚିକିଟି ୯୩.୬ମିମି
ଭଦ୍ରକ ଆଖୁଆପଦା ୭୭.୪ମିମି
କନ୍ଧମାଳ ଫାରିଙ଼ଗିଆ ୭୭.୨ମିମି
କନ୍ଧମାଳ ଟିକାବାଲି ୬୯.୯ମିମି
ଗଞ୍ଜାମ ଭଞ୍ଜନଗର ୭୪.୦ମିମି
କଳାହାଣ୍ଡି ମଦନପୁର ୬୮ମିମି
ସମ୍ବଲପୁର ରାଇଖୋଲ ୬୨.୦ମିମି
ଗଞ୍ଜାମ ଧରାକୋଟ ୬୨.୦ମିମି
ଯାଜପୁର ବିଞ୍ଝାରପୁର ୬୦.୦ମିମି
ଭଦ୍ରକ ଭଣ୍ଡାରି ପୋଖରି ୫୮.୦୦ମିମି
କଟକ ନିଶ୍ଚିନ୍ତକୋଇଲି ୫୭.୦ମିମି
ଗଜପତି ପାରଳାଖେମୁଣ୍ଡି ୫୫ମିମି












Click it and Unblock the Notifications