Odisha Weather: ଉପକୂଳ ଓ ପଶ୍ଚିମରେ ୫ ଯାଏଁ କାଁଭାଁ ବର୍ଷା

ରାଜ୍ୟରେ ସକ୍ରିୟ ମୌସୁମୀ ହେତୁ ଦିନରେ ଖରା ପାଗ ରହୁଥିବା ବେଳେ ଅପରାହ୍ଣ ଆଡ଼କୁ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି।

ଆଜି ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ରାଜ୍ୟରେ ଏହି ପାଗ ଲାଗିରହିବ।

ମୌସୁମୀ ଟ୍ରଫ୍‌ ଏବେ ଶ୍ରୀଗଙ୍ଗାନଗର, ରୋହତକ, ଶାହଜାହାନପୁର, ଗୋରଖପୁର, ଦରଭଙ୍ଗା, ଶାନ୍ତିନିକେତନ, କ୍ୟାନିଂ ଦେଇ ଦକ୍ଷିଣ-ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ଯାଇଛି। ଏଥିସହ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ଏବେ ପଶ୍ଚିମବଙ୍ଗ, ସିକିମ୍‌ ଓ ସଂଲଗ୍ନ କ୍ଷେତ୍ର ଉପରେ ଅବସ୍ଥିତ।

Odisha Weather

ଏହା ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ସମଗ୍ର ଓଡ଼ିଶାରେ ଅପରାହ୍ଣରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ୫ ତାରିଖ ଯାଏ ରାଜ୍ୟରେ ଏହି ପାଗ ଜାରି ରହିବ ବୋଲି ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+