Odisha Weather : ହୋଲିରେ ଜଳିବ ପଶ୍ଚିମ ଓଡ଼ିଶା; ୧୫ ତାରିଖରେ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଜଳୁଛି ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା । ତାତିର ତାଉରେ ଉପକୂଳରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ୍‌ ୱେଭ ସତର୍କତା ଦେଇଛି ପାଣିପାଗ ବିଭାଗ ।

ହୋଲିରେ ଜଳିବ ପଶ୍ଚିମ ଓଡ଼ିଶା । ୧୫ ତାରିଖରେ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

୧୫ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ଼ ଏହି ୭ ଟି ଜିଲ୍ଲାରେ ହିଟୱେଭ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ କନ୍ଧମାଳ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Heavy heat in western Odisha o

ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୧୭ ତାରିଖ ଯାଏଁ ତାତିରୁ ନାହିଁ ତ୍ରାହି । ୪୧ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟର ତାପମାତ୍ରା ।

ସେପଟେ ଗତ ୨୪ ଘଣ୍ଟାରେ ୧୩ ରୁ ଅଧିକ ସହରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+