କଲବଲ କରୁଛି ପ୍ରବଳ ଥଣ୍ଡା, ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ
କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି ।
ସେହିପରି ଶୀତରେ ଥରୁଛି ଲକ୍ଷ୍ମୀପୁର, ଅସହ୍ୟ ହୋଇଯାଇଛି ଥଣ୍ଡା । ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଯଗିକି ରହୁଛନ୍ତି । ଶୁକ୍ରବାର ପାହାନ୍ତିଆରେ ଲକ୍ଷ୍ମୀପୁର ଅଞ୍ଚଳରେ ତାପମାତ୍ରା ୫ ରୁ ୬ ଡିଗ୍ରୀ ମଧ୍ୟରେ ରହିଥିଲା । ପ୍ରବଳ ଥଣ୍ଡା ସତ୍ୱେ ଚାଷୀ ରାତି ତମାମ ଧାନ ଖଳାରେ ଜଗି କି ରହିଥିଲା, ସକାଳର ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାର ବର୍ଷ କର କଷ୍ଟକୁ ଅମଳ କରି ଘରକୁ ନେବା ସକାଶେ ।

ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି. । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି । ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାର ପାତ । ପାଳ ଗଦାରେ ସ୍ନୋ ଫଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ଯୋଗୁଁ ପନି ପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି । ଶୀତ ଯୋଗୁଁ ବଜାର ସନ୍ଧ୍ୟା ୮ ଟା ପୂର୍ବରୁ ଶୂନଶାନ ହୋଇଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications