ପାଣିପାଗ ଖବର: ପ୍ରବଳ ଶୀତ ସହ କଲବଲ କରୁଛି କୁହୁଡି, ଆସନ୍ତା ୩ଦିନ ଘନ କୁହଡି ପାଇଁ ସତର୍କତା

ପ୍ରବଳ ଶୀତ ସହ କଲବଲ କରୁଛି କୁହୁଡି । ସାରା ରାଜ୍ୟରେ ଲାଗି ରହିଥିବା ଥଣ୍ଡା ସାମାନ୍ୟ କମିଥିବା ବେଳେ ଚାରିଆଡ଼େ କୁହୁଡ଼ିର ଆବରଣ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଘନ କୁହୁଡ଼ି ଚାଦରରେ ଘୋଡ଼େଇ ହେଉଛି ପରିବେଶ । ଏହା ସହ ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ।

ଟ୍ବିନ ସିଟିରେ ବି ଦୃଶ୍ୟମାନ କ୍ଷମତା କମୁଛି । ଭୋର ଭୋରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ଏପରିକି କୁହୁଡ଼ି ହେତୁ ଦୁର୍ଘଟଣା ଘଟୁଛି । ତେବେ ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକରେ ଘନ କୁହୁଡି ଦେଖିବାକୁ ମିଳିବା ସହ ୧୦୦ ମିଟର ଦୃଶ୍ୟମାନ କ୍ଷମତା ରହିଥିଲା । ଖୋର୍ଦ୍ଧାରେ ଦୃଶ୍ୟମାନ କ୍ଷମତା ୩୦ ମିଟର ରେକର୍ଡ କରାଯାଇଛି । ସେହିଭଳି ନୟାଗଡରେ ୪୦ ମିଟର ଦୃଶ୍ୟମାନ କ୍ଷମତା ରେକର୍ଡ କରାଯାଇଛି । ବାୟୁ ଚଳାଚଳରେ ନିଷ୍କ୍ରିୟରା, ନିର୍ମଳ ଆକାଶ ଓ ଜଳିୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଘନ କୁହୁଡି ପରଲକ୍ଷିତ ହେଉଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

Odisha weather

ସର୍ବନିମ୍ନ ରାତିର ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳ ମାନଙ୍କ ମଧ୍ୟରେ କୋରାପୁଟରେ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ସେପଟେ ଆସନ୍ତା ୩ ଦିନ ଘନ କୁହଡି ପାଇଁ ସତର୍କତା ଜାରି କରାଯାଇଛି । ଏହି ସମୟରେ ଦୃଶ୍ୟମାନ କ୍ଷମତା ୨୦୦ ମିଟର ରହିପାରେ । ଏନେଇ କିଛି ଜିଲ୍ଲା ପାଇଁ ଓ୍ବେଲୋ ଓ୍ବାର୍ଣ୍ଣି ଜାରି କରଯାଇଛି । ଆସନ୍ତାକାଲିଠୁ ଦୁଇ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଅପରପକ୍ଷରେ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍‌ ଆକଳନ ଅନୁସାରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଲଘୁଚାପ ରୂପ ନେଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+