Odisha Weather ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ, ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି

ଓଡିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ହିଟୱେଭ । ଉପକୂଳ ଓଡିଶାରେ ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗୁଳୁଗୁଳି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ରାଜ୍ୟର ବଲାଙ୍ଗିର,ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଆଜି ହିଟୱେଭ ଜାରି ରହିବ । ବଲାଙ୍ଗୀର , ବରଗଡ଼ ରେ ଅରେଞ୍ଜ ୱାର୍ଣ୍ଣିଂ ଓ କଳାହାଣ୍ଡି , ନୂଆପଡ଼ା, ସୋନପୁର ରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଗତ ଦୁଇ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିଛି । ରବିବାର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Odisha Weather

ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଡିଗ୍ରୀ ଉପରେ ୩ ସହର ରହିଛି । ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ୧୨ ସହରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ଆଜି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ - ଉତ୍ତର ଓଡ଼ିଶାରେ ବର୍ଷ ହେବାର ସମ୍ଭାବନା ରହିଛି ।

ବିଶେଷକରି ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ଵର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ରାୟଗଡ଼ା , ମାଲକାନଗିରି , ଅନୁଗୁଳ , ଯାଜପୁର , ଭଦ୍ରକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ , ଗଜପତି ଓ ନୂଆପଡ଼ାର କିଛି କିଛି ସ୍ଥାନରେ ଆଜି ଘଡଘଡି ସହ ମାଧ୍ୟମ ଧରଣର ବର୍ଷା ହୋଇପାରେ । ଏହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଆସନ୍ତା ୪ ତାରିଖଠୁ କମିବ ବର୍ଷାର ପରିମାଣ । ତେବେ ଓଡିଶାକୁ ମୌସୁମୀ ଆସିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ ହୋଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+