Odisha Weather: ୨୯ ତାରିଖ ବେଳକୁ ଫେରିବ ହିଟ୍‌ ୱେଭ୍‌

ଆସନ୍ତା ୨୯ ତାରିଖ ବେଳକୁ ଫେରିବ ହିଟ୍‌ ୱେଭ୍‌ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନରେ ତାପାମାତ୍ରା ଧୀରେଧୀରେ ବଢ଼ିବ ବୋଲି କୁହାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛିକିଛି ସ୍ଥାନରେ ହାଲୁକାରୁ ମାଧ୍ୟମଧରଣର ବର୍ଷା ଦେଖିବାକୁ ମିଳିଛି। ଅପରପକ୍ଷେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୯ଟି ଜାଗାରେ ତାପମାତ୍ରା ୩୫ ଡିଗ୍ରି ଉପରେ ରେକର୍ଡ କରାଯାଇଛି।

Odisha Weather

ପାଣିପାଗ ବିଭାଗ ହିଟ ୱେଭ ପାଇଁ ସତର୍କତା ଜାରି କରିଛି। ତାତି ପୁଣି ବଢ଼ିବ ବୋଲି କହିଛି। ସେପଟେ ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ ବୋଲି କହିଛି। ଆଗାମୀ ୫ ଦିନ ତାପମାତ୍ରା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି, ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ। ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରି ଟପିବା ସହ ୨୯ ତାରିଖ ବେଳକୁ ହିଟ ୱେଭ ପାଇଁ ସତର୍କତା ଜାରି କରାଯାଇଛି। ଗୋଟେ କିମ୍ବା ଦୁଇଟି ସ୍ଥାନରେ ୨୯ ତାରିଖ ପାଇଁ ହିଟ ୱେଭ ରହିବ। ସମ୍ବଲପୁର, ସୁବର୍ଣ୍ଣପୁର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲା ପାଇଁ ୨୯ ତାରିଖରେ ହିଟ୍‌ ୱେଭ ସତର୍କତା ସୂଚନା ରହିଛି।

ହିଟ୍‌ ୱେଭ୍‌ ପାଇଁ ସତର୍କତା ଜାରି ହୋଇଛି। ତାତି ପୁଣି ବଢ଼ିବ। ଆଗାମୀ ୭ ଦିନ ପାଗ ବିଶେଷ ଶୁଖିଲା ରହିବ ବୋଲି କହିଛି। ଆଗାମୀ ୫ ଦିନ ତାପମାତ୍ରା ଧୀରେଧୀରେ ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ତାପମାତ୍ରା ସ୍ୱଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି, ଯାହାକି ଆଗାମୀ ୫ ଦିନ ମଧ୍ୟରେ ଧୀରେଧୀରେ ବଢ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+