Odisha Weather: ଫେବୃଆରୀରୁ ଅସମ୍ଭାଳ ଖରା: ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ
ଫେବୃଆରୀ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ଅସମ୍ଭାଳ ଖରା ହେଲାଣି। ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି। ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିଛି। ଭଦ୍ରକରେ ୩୬.୧, ବଲାଙ୍ଗିରରେ ୩୬, ଅନୁଗୋଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଏବଂ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ ଲେଖାଏଁ, ସୁବର୍ଣ୍ଣପୁରରେ ୩୫.୩, ମାଲକାନଗିରି, ବରଗଡ଼ରେ ୩୫.୨ ଡିଗ୍ରୀ, ଭୁବନେଶ୍ବରରେ ୩୪.୮ ଏବଂ କଟକରେ ୩୩.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଅନ୍ୟପକ୍ଷରେ ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍ ବା ୧୩.୧ ଡିଗ୍ରୀ ରେକର୍ଡ଼ ହୋଇଥିଲା। କୋରାପୁଟ୍ ରେ ୧୪.୫, ଝାରସୁଗୁଡାରେ ୧୫.୬, ସୁନ୍ଦରଗଡରେ ୧୬.୩ ଓ ଅନୁଗୁଳରେ ୧୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଆଗାମୀ ୨୪ ଘଣ୍ଟା ଭିତରେ କୌଣସି ସ୍ଥାନରେ ଘନ କୁହୁଡି ରେକର୍ଡ କରାଯାଇ ନାହିଁ। ଆଗାମୀ ୨ ଦିନ ଭିତରେ ଉପକୂଳ ଓଡ଼ିଶା ର କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖିବାକୁ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।












Click it and Unblock the Notifications