ତାତିରେ ସିଝୁଛି ସାରା ରାଜ୍ୟ: ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ
ଚୈତ୍ର ପାଦ ନଦେଉଣୁ ଗ୍ରୀଷ୍ମ ଲହରୀର ପ୍ରକୋପ ଆରମ୍ଭ । ତାତିରେ ସିଝୁଛି ସାରା ରାଜ୍ୟ । ମାର୍ଚ୍ଚ ଅଧାରୁ ଡହଡ଼ହ ଖରା ।
ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ୧୮ ତାରିଖ ଯାଏ ସିଭିୟର ହିଟ ୱେଭ ଓ ଉଷ୍ମରାତି ପାଇଁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ରାଜ୍ୟରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ତାପମାତ୍ରା ଅଧିକ ରହିଛି ।

ଭୀଷଣ ହିଟୱେଭ ନେଇ ଆଜି ୩ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ହିଟୱେଭ ପାଇଁ ୩ ଜିଲ୍ଲା ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗୀର ଏବଂ ଉଷ୍ମରାତି ପାଇଁ ୩ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ସେହିପରି ଗ୍ରୀଷ୍ମଲହରୀ ପାଇଁ ୯ ଜିଲ୍ଲା କେନ୍ଦୁଝର, ବରଗଡ଼, ବାଲେଶ୍ବର, ଗଜପତି, ଭଦ୍ରକ, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ ତାରିଖରେ ୩ଜିଲ୍ଲାକୁ ଭୀଷଣ ଗ୍ରୀଷ୍ମଲହରୀ ପାଇଁ ଓ ୩ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି । ଆଗାମୀ ୫ଦିନ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications