Odisha Heat Wave: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି; ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ତେବେ ଏହାରି ଭିତରେ ଗତକାଲି ହୋଇଥିବା କାଳ ବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି। କିନ୍ତୁ ଆଜି ମଧ୍ୟ ଖରା ପ୍ରକୋପ ଜାରି ରହିବ। ଏହା ସତ୍ତ୍ଵେ ହିଟୱେଭ୍ ନେଇ ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୫ ତାରିଖ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୫ଡିଗ୍ରୀ ସେଲସିୟସ୍ ଖସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ପାଣିପାଗର କେନ୍ଦ୍ରର ସୂଚନାଅନୁସାରେ ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ାରେ ଟାଣ ଖରା ହେବ । ଏଥିପାଇଁ ଏହି ଜିଲ୍ଲାକୁଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ମଧ୍ୟ ଜାରି କରାଯାଇଛି । ୬ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
କାଳବୈଶାଖୀ ପ୍ରଭାବରେ ଗତକାଲି ଭୁବନେଶ୍ୱର, କଟକ ସମେତ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଥିଲା । ଅପରାହ୍ନରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ହୋଇଥିଲା । ଫଳରେ ରାଜ୍ୟବାସୀଙ୍କୁ ଗୁଳିଗୁଳି ଓ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା ।
ଗତକାଲି ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ୨୮ଟି ସହରରେ ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା।
ଗତକାଲିର ତାପମାତ୍ରା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଟିଟିଲାଗଡ଼ରେ ୪୪.୫ ଡିଗ୍ରୀ, ନୂଆପଡ଼ାରେ ୪୪.୪ ଡିଗ୍ରୀ, ଅନୁଗୋଳରେ ୪୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୩ ଡିଗ୍ରୀ, ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ସମ୍ୱଲପୁରରେ ୪୩.୫ ଡିଗ୍ରୀ, ଭବାନୀପାଟଣାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ହୀରାକୁଦରେ ୪୩.୨ ଡିଗ୍ରୀ, ନୟାଗଡ଼ରେ ୪୩ ଡିଗ୍ରୀ, ଭଦ୍ରକରେ ୪୩ ଡିଗ୍ରୀ, ଯାଜପୁରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୭ ଡିଗ୍ରୀ, ଢେଙ୍କାନାଳରେ ୪୨.୬ ଡିଗ୍ରୀ, ମାଲକାନଗିରିରେ ୪୨.୫ ଡିଗ୍ରୀ ଓ ରାଉରକେଲାର ତାମପାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି।
ବରଗଡ଼ରେ ୪୨.୪ ଡିଗ୍ରୀ,କେନ୍ଦ୍ରାପଡ଼ାରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ, ରାୟଗଡ଼ାରେ ୪୧.୬ ଡିଗ୍ରୀ, କଟକରେ ୪୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪୧.୩ ଡିଗ୍ରୀ, କେନ୍ଦୁଝରରେ ୪୧.୩ ଡିଗ୍ରୀ,ଫୁଲବାଣୀରେ ୪୧.୩ ଡିଗ୍ରୀ, ଦେବଗଡ଼ରେ ୩୯.୮ ଡିଗ୍ରୀ, ବାଲେଶ୍ୱରରେ ୩୯.୭ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୫ ଡିଗ୍ରୀ, ଜଗତସିଂହପୁରରେ ୩୮.୨ ଡିଗ୍ରୀ, ଛତ୍ରପୁରରେ ୩୮.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, ପାରାଦୀପରେ ୩୪.୭ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି।












Click it and Unblock the Notifications