Odisha Weather: ମାଘରେ ବଢୁଛି ତାତି; ପାରଳାଖେମୁଣ୍ଡିରେ ସର୍ବାଧିକ ୩୪.୨ ଡିଗ୍ରୀ
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।ଇତିମଧ୍ୟରେ ଦିନ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ଛୁଇଁଲାଣି । ରାତିରେ କୁହୁଡି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଥିବା ବେଳେ ଦିନରେ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି ।
ଗୁରୁବାର ବାଲେଶ୍ୱର, ଭଦ୍ରକ, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୪.୨ ଡିଗ୍ରୀ ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଉତ୍ତର ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ଦିନରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଶୁକ୍ରବାର ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ କଟକ ଜିଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।












Click it and Unblock the Notifications