Odisha Weather: ଜି.ଉଦୟଗିରି ସବୁଠୁ ଥଣ୍ଡା; ୧୦ ଡିଗ୍ରୀ ତଳେ ୯ ସହର
୧୦ ଡିଗ୍ରୀ ତଳେ ୯ ସହର, ଜାଡ଼ରେ ଥରୁଛି ଜି.ଉଦୟଗିରି। ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠୁ ଥଣ୍ଡା। ସିମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ। କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ। ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁର ୯.୮ ଡିଗ୍ରୀ ରେକର୍ଡ।

ତେବେ ଆଗାମି ୨୪ ଘଣ୍ଟା ପାଇଁ ରାଜ୍ୟର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତାପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି । ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପରୋକ୍ତ ସୂଚନା ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦିଆଯାଇଛି ।
ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସାମ୍ଭାବନା ଅଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ସୋମବାରରୁ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡିର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହୋଇପାରେ ।












Click it and Unblock the Notifications