ଦୁଇ ଦିନ ପରେ ଫେରିଲା ଶୀତ: ରାତ୍ରୀ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସିବ
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଦିନ ବେଳା ତାପମାତ୍ରା ବୃଦ୍ଧି ପାଇପାରେ । ଏବଂ ରାତ୍ରୀ ତାପମାତ୍ରା ପ୍ରାୟ ୧୯ ଡିଗ୍ରୀ ପାଖାପାଖି କହିବାର ସମ୍ଭାବନା ରହିଛି ।

ଭୁବନେଶ୍ୱର:ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରି ଜାରି ରହିବ । ରାତିରେ ତାପମାତ୍ରା ୨-୩ଡିଗ୍ରୀ ତଳକୁ ଖସିବା ସହ ସାମାନ୍ୟ ଶୀତ ଅନୁଭୂତ ହେବ । କିଛି କିଛି ସ୍ଥାନରେ ଘନ କୁହୁଡି ଦେଖିବା ପାଇଁ ମିଳିଥିଲା । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଗତକାଲିଠୁ ଆଉ ଘନ କୁହୁଡି ଦେଖିବା ପାଇଁ ମିଳିବ ନାହିଁ । ହେଲେ କୋରାପୁଟ, ରାୟଗଡ଼ା, ଗଞ୍ଜାମ୍, ଗତପତି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ମଧ୍ୟମଧରଣର କିହୁଡି ପରିଲକ୍ଷିତ ହୋଇଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଦିନ ବେଳା ତାପମାତ୍ରା ବୃଦ୍ଧି ପାଇପାରେ । ଏବଂ ରାତ୍ରୀ ତାପମାତ୍ରା ପ୍ରାୟ ୧୯ ଡିଗ୍ରୀ ପାଖାପାଖି କହିବାର ସମ୍ଭାବନା ରହିଛି । ଅପରପକ୍ଷେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି। ଗୁରୁବାର ଦିନ ଘୁ. ଉଦୟଗିରିଠାରେ ସର୍ବନିମ୍ନ ୮ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଫୁଲବାଣୀ ଓ କିରେଇରେ ବି ରାତି ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି।
ସେପଟେ ଗତକାଲି ଭୋର ସମୟରେ ଦ୍ୱୈତ ନଗରୀ କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି । ରାସ୍ତାରେ ୨୦ରୁ ୩୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇ ପଡ଼ିଛି । ଏହାଫଳରେ ଗାଡ଼ି ଚଳାଚଳ ଏବଂ ଯାତାୟତରେ ସମସ୍ୟା ଉପୁଜିଛି ।












Click it and Unblock the Notifications