ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ
Odisha Weather forecast :ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ
ଭୁୁବନେଶ୍ୱର: ରାଜ୍ୟରେ ଲଘୁଚାପ ଫଳରେ ବର୍ଷା ଲାଗି ରହିଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଇ ଭାରତୀୟ ପଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ରେ ବର୍ଷା ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତା କାଲି ଅନେକ ସ୍ଥାନରେ ବର୍ଷା ହେବା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ଉପକୂଳ ଓଡ଼ିଶାରେ ବର୍ଷା ହେବ ଏବଂ ଧୀରେ ଧୀରେ ଏହା ଆଭ୍ୟନ୍ତରୀଣ ଓଡ଼ିଶାକୁ ଗତି କରିବ । ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳର ଅଧିକ ବର୍ଷା ହେବ। କେନ୍ଦ୍ରୀୟ ଅଞ୍ଚଳରେ ମଧ୍ୟ ବର୍ଷା ହେବ ।

ଏହି ଲଘୁଚାପ ଧିରେ ଧୀରେ ଘନୀଭୂତ ହେଉଛି । ସନ୍ଧ୍ୟାରେ ଏହା ୱେଲ ମାର୍କ ଲୋ ପ୍ରେସର ଏବଂ ଆସନ୍ତାକାଲି ଡିପ୍ରେଶନରେ ପରିଣତ ହେବ। ଜୁଲାଇରେ ଭଲ ବର୍ଷା ହୋଇଛି, ଅଗଷ୍ଟରେ ମଧ୍ୟ ଓଡ଼ିଶାରେ ଭଲ ବର୍ଷା ହେଉଛି । ସମୁଦ୍ର ବର୍ତ୍ତମାନ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବଙ୍କୁ ସମୁନ୍ଦ୍ର ଭିତରକୁ ଯିବାକୁ ବାରଣ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।












Click it and Unblock the Notifications