ପାଣିପାଗ ଖବର : ମୌସୁମୀ ଉପରେ ଏଲ୍-ନିନୋ ପ୍ରଭାବ, ସେପ୍ଟେମ୍ବରରେ ବ୍ୟାକଟୁ ବ୍ୟାକ ଆସିପାରେ ଲଘୁଚାପ
ନିଅଣ୍ଟିଆ ବର୍ଷାରେ ପ୍ରଭାବିତ ସାରା ରାଜ୍ୟ । ଆକାଶ ମେଘଶୂନ୍ୟ । ଚାଷ କାମ ଆରମ୍ଭ ହୋଇପାରୁନି । କେଉଁଠି ବର୍ଷା ଅଜାଡ଼ି ଦେଲା ତ ଆଉ କେଉଁଠି ଆଦୌ ହେଲାନି । ଏବେ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗିରହିଛି ।
ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଅଗଷ୍ଟ ମାସରେ ବର୍ଷାର ଦେଖାନାହିଁ । ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି ।
ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧, ଦିନ ଦୁର୍ବଳ ରହିଛି । ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । କିଛି ମଡେଲ୍ କହୁଛି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ ।

କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି । ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ।
ମୌସୁମୀ ଆସିବା ପୂର୍ବରୁ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ତେବେ ବର୍ଷା ଅନିୟମିତତା ପଛରେ ଏଲ୍-ନିନୋ ପ୍ରଭାବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଏଲ୍-ନିନୋ ସାଧାରଣତଃ ଭାରତରେ ଦୁର୍ବଳ ମୌସୁମୀ ପବନ ଓ ଶୁଖିଲା ପାଗକୁ ପ୍ରଶମିତ କରାଇଥାଏ । ଏହା ମେଘ ଆବରଣ, ଶକ୍ତିଶାଳୀ ପବନ ଓ ବର୍ଦ୍ଧିତ ବଦଳ ଏକତ୍ରୀକରଣ କାର୍ଯ୍ୟକଳାପକୁ ବଢ଼ାଇଥାଏ । ଫଳରେ ଭାରତୀୟ ଉପମହାଦେଶରେ ଅଧିକ ବର୍ଷା ହୋଇଥାଏ ।
ସକ୍ରିୟ ଏଲ୍-ନିନୋ ସ୍ଥିତି ପ୍ରଭାବରେ ବଙ୍ଗୋପସାଗରରେ ଏହି ସମୟରେ ସାଧାରଣତଃ ୫ଟି ଲୋ-ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥାଏ । ମାତ୍ର ଏଥର କେବଳ ଦୁଇଟି ଲୋ-ଲଘୁଚାପ ସୃଷ୍ଟି ହୋଇଛି । ଅଗଷ୍ଟରେ ନିଅଣ୍ଟିଆ ବୃଷ୍ଟିପାତର ଅନ୍ୟ ଏକ କାରଣ ହେଉଛି ବଙ୍ଗୋପସାଗରରେ କମ୍ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ।
ତେବେ ସେପ୍ଟେମ୍ବରରେ ପଛକୁ ପଛ ଦୁଇଟି ଲଘୁଚାପ ଆସିବ ବୋଲି ଆକଳନ କରାଯାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ଲଘୁଚାପ ଓ ଦ୍ୱିତୀୟ ସପ୍ତାହରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ବର୍ଦ୍ଧିତ ଏଲ୍-ନିନୋ ପ୍ରଭାବକୁ ଦେଖିଲେ ସେପ୍ଟେମ୍ବରରେ ବର୍ଷା ସ୍ୱାଭାବିକର ନିମ୍ନ ପାର୍ଶ୍ୱରେ (୯୪%ରୁ ୯୯%) ହୋଇପାରେ। ପ୍ରାୟ ୧୫ ଦିନ ହେବ ରାଜ୍ୟରେ ଭଲ ବର୍ଷା ହୋଇନି । ତେଣୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications