Get Updates
Get notified of breaking news, exclusive insights, and must-see stories!

Odisha Weather: ଶୁକ୍ରବାର ପର୍ଯ୍ୟନ୍ତ ଶୁଖିଲା ପାଗ, ଗୋଟିଏ କିମ୍ବା 2ଟି ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟକୁ ନାହିଁ ବର୍ଷା ଭୟ । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଓଡ଼ିଶା ଉପରେ ବର୍ତ୍ତମାନ ବର୍ଷାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା 2 ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାକି ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଗୋଟିଏ କିମ୍ବା 2ଟି ସ୍ଥାନରେ ବର୍ଷା ସମ୍ଭାବନା:

ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି (ସୋମବାର) ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ଓ ରାୟଗଡା ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Odisha Weather

ରବିବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଶୁଖିଲା ପାଗ:

ଆଜିଠୁ (ନଭେମ୍ବର 2) ତାରିଖରୁ ଶୁକ୍ରବାର (ନଭେମ୍ବର 7) ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଯେଉଁଥିପାଇଁ ନଭେମ୍ବର 2 ତାରିଖରୁ ଶୁକ୍ରବାର ପର୍ଯ୍ୟନ୍ତ ପାଣିପାଗକୁ ନେଇ କୌଣସି ଚେତାବନୀ ଜାରି କରିନାହିଁ ପାଣିପାଗ ବିଭାଗ ।

ଟ୍ୱିନସିଟିରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା:

ଅନ୍ୟପଟେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଆଜି (ରବିବାର) ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କଟକର ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଲସିୟସ ଓ ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ସେଲସିୟସ ରହିପାରେ । ସେହିଭଳି ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରୀ ସେଲସିୟସ ଓ ସର୍ବାଧିକ ତାପମାତ୍ରା 33ଡିଗ୍ରୀ ସେଲସିୟସରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର:

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ଆରବ ସାଗର ଉପରେ ଏକ ସୁଚିନ୍ତିତ ଲଘୁଚାପ କ୍ଷେତ୍ର ରହିଛି ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି । ଯାହାର ପ୍ରଭାବରେ ଗୁଜୁରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର,ପଶ୍ଚିମବଙ୍ଗ, ସିକିମ, ବିହାର ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+