Odisha Weather: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି; ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ଯୋଗୁଁ ଲୁଚିଗଲା ପୁରୀ ଶ୍ରୀମନ୍ଦିର। ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର ।

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଜାରି ରହିଛି। ଆଜି ଭୁବନେଶ୍ଵର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ପ୍ରବଳ କୁହୁଡି ଯୋଗୁଁ ପୁରୀ ଶ୍ରୀମନ୍ଦିର ମଧ୍ୟ ଲୁଚିଯାଇଛି। ଏପରିକି ଘନ କୁହୁଡି ଯୋଗୁଁ ଆଗକୁ ୫୦ ମିଟର ଦେଖିବା ବି କଷ୍ଟକର ହୋଇପଡିଛି। ସେପଟେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଆଜିଠାରୁ ଶୀତ କମିବାର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୪ତାରିଖରୁ ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମାଝଡ଼ ପ୍ରଭାବ ପଡ଼ିଛି। ଦେଶର ମଧ୍ୟଭାଗରେ ଗୁରୁଚାପ ବଳୟ ତା'ର ସ୍ଥିତିରେ ପରିବର୍ତ୍ତନ କରିଛି।
ଫଳରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହୋଇଛି। ଏଥିସହ ଏକ ପୂର୍ବାଳୀ ନିମ୍ନଚାପ ରେଖା ପ୍ରଭାବରେ ସୋମବାରଠାରୁ ରାଜ୍ୟ ମଧ୍ୟକୁ ଉଷ୍ଣ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହର ପ୍ରାଧାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳସ୍ବରୂପ ସୋମବାରଠାରୁ ରାତି ତାପମାତ୍ରା ବୃଦ୍ଧିର ସମ୍ଭାବନା ଥିବାରୁ ଶୀତ କମିପାରେ।












Click it and Unblock the Notifications