Odisha Weather: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି; ୬ ଜିଲ୍ଲାକୁ ଘନ କୁହୁଡି ସତର୍କତା
ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଫଳରେ ଗାଡି ଚଳାଚଳରେ ବାଧା ଉପୁଜିଛି । ଆସନ୍ତା ୮ ତାରିଖ ଯାଏଁ ସୁନ୍ଦରଗଡ, ଢେଙ୍କାନାଳ , କଟକ, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଡିସେମ୍ବରରେ ଦକ୍ଷିଣ ଉପଦ୍ଵୀପରେ ହୋଇଥିବା ବର୍ଷା ୨୩ ବର୍ଷରେ ସର୍ବାଧିକ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ରାଜପଥ ରାଜଘାଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଛି ଟ୍ରଲର। ଏଥିରେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି। ଆଜି ସକାଳେ ଜଳେଶ୍ଵରରେ ଘନ କୁହୁଡି ଯୋଗୁଁ ରାସ୍ତା ଦୃଶ୍ୟମାନ ହୋଇନଥିଲା। ଟ୍ରଲରଟି ବାଲେଶ୍ଵର ପଟୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାବେଳେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର ଜଣକ ସମ୍ପୂର୍ଣ୍ଣ ଚାପି ହୋଇ ରହିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରିଛି।












Click it and Unblock the Notifications