ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

ରାଜ୍ୟରେ ପ୍ରବଳ ବର୍ଷା । ଗଭୀର ଅବପାତ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି । ଗୋପାଳପୁର ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ । ଏହା ଉତ୍ତର -ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ଗତି କରିବାର ସମ୍ଭାବନା ରହିଛି । ଆଜି ଧୀରେ ଧୀରେ ଦୁର୍ବଳ ହୋଇ ଏହା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । କିଛି ସ୍ଥାନର ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି ।

odisha weather

ଆଜି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୭ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା ଆଇଏମଡି । ରେଡ୍ ୱାର୍ଣ୍ଣିଂ ଜୋନରେ ଥିଲା କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା,ଗଜପତି, ଗଞ୍ଜାମ, ଓ ପୁରୀ ଜିଲ୍ଲା । ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା । ଆଜି ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ପ୍ରବଳ ବର୍ଷା ସମ୍ଭାବନା ଥିବା କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ବରଗଡ଼କୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, ନୂଆପଡା,ବରଗଡ଼ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷକୁ ବର୍ଷା ପାଇଁ କଳାହାଣ୍ଡି,ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଦେଓଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ରହିବ । ପ୍ରଭାବରେ ପୂଜା ତୋରଣ ସହ ପଣ୍ଡାଲ ଗୁଡିକ ପ୍ରଭାବିତ ହେବା ସମ୍ଭାବନା ରହିଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା:

ସମୁଦ୍ର ଭିତରକୁ ନ ଯିବା ପାଇଁ ପୁରୀରେ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗିଛି। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।‌ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ କହିଛନ୍ତି,"ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ଯେଉଁଭଳି ନଯିବେ, ସେନେଇ କଡ଼ା ନଜର ରଖାଯାଇଛି। ଗତକାଲି ରାତିଠାରୁ ପୁରୀରେ ଲଗାଣ ବର୍ଷା ଲାଗି ରହିଛି ଫଳରେ ସମୁଦ୍ର ଅଶାନ୍ତ ରହିଛି । "

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଶେଷକରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ। କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି । ଆଉ କେଉଁଠି ବ୍ରିଜ କାମ ଲାଗି ଥିବା ବେଳେ ଭସାଇ ନେଲା ସଟର ପ୍ଲେଟ ଗାଡି ସମେତ ଅସ୍ଥାୟୀ ରାସ୍ତା ଘାଟ । ଦିଗପହଣ୍ଡିର ଘୋଡ଼ାହାଡ଼ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସର୍ତକ କରାଇଛି ଘୋଡ଼ାହାଡ଼ ଜଳ ସେଚନ ବିଭାଗ । ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ଭ୍ରମରପୁର ବ୍ରିଜର ଅସ୍ଥାୟୀ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇ ପାତ୍ରପୁର ବ୍ଲକର ତୁରୁବୁଡି ଓ ଖରିଆଗୁଡ଼ାକୁ ଗମନାଗମନ ବିଛିନ୍ନ ହୋଇଛି ।

ବାହୁଦା ନଦୀ ଶଯ୍ୟାରେ ବ୍ରିଜ କାମ ଚାଲିଥିବା ଯୋଗୁଁ କରାଯାଇଥିଲା ଅସ୍ଥାୟୀ ରାସ୍ତା। ସେହିପରି ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମଧ୍ୟ ରାସ୍ତା କଡ଼ରୁ ମାଟି ଅତଡା ଖସିଛି । ଫଳରେ ଅଢେଇ ଗାଁ ଓ କୁଜାସିଂ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗଜପତି ମହେନ୍ଦ୍ରଗିରି ପର୍ବତରେ ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ବଢ଼ିଯିବାରୁ ଫସି ରହିଛନ୍ତି ୧୫ ପର୍ଯ୍ୟଟକ। ବୁରୁଖତ ନିକଟସ୍ଥ ଏକ ବୁଲାଣିରେ ମାଟି ଅତଡା ଧସିବା ସହ ପ୍ରଖର ବେଗରେ ପାଣି ମାଡ଼ି ଆସିଥିଲା । ଫଳରେ ମହେନ୍ଦ୍ରଗିରିକୁ ଯାଇଥିବା ୧୫ରୁ ଅଧିକ ପର୍ଯ୍ୟଟକ ଫଶି ରହିଛନ୍ତି । ପର୍ବତ ଉପରୁ ତଳକୁ ଆସିପାରୁନାହାନ୍ତି ପର୍ଯ୍ୟଟକ । ସମସ୍ତ ପର୍ଯ୍ୟଟକ କଟକ ଓ ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୋଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ସଫା ପାଇଁ ଉଦ୍ୟମ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+