Odisha Weather: ସାମାନ୍ୟ କମିବ ଦିନ ତାପମାତ୍ରା
ପୂର୍ବ-ଉତ୍ତରପୂର୍ବ ଦିଗରେ ପଶ୍ଚିମା ଝଡ଼ ଅଗ୍ରସର ହୋଇଥିବା ହେତୁ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁର ପ୍ରଭାବ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଧୀରେ ଧୀରେ ଗୁରୁଚାପ ବଳୟ ଦକ୍ଷିଣ ମୁହାଁ ହେବାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ଦିନ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ।

ସେହିପରି ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ରାତ୍ରି ତାପମାତ୍ରା ତଳ ମୁହାଁ ହେବା ସହ ଘନକୁହୁଡିର ପ୍ରଭାବ ହ୍ରାସ ଘଟିପାରେ ବୋଲି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାହନୁମାନ କରିଛି। ତେବେ ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ , ଯାଜପୁର ଏବଂ କେନ୍ଦୁଝର ଜିଲାର ଅନେକ ସ୍ଥାନରେ ଘନକୁହୁଡିର ଆଚ୍ଛାଦନ ଦେଖିବାକୁ ମିଳିଥିଲା। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡି ଓ ଝାରସୁଗୁଡ଼ାରେ ୩୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦.୫ ଡିଗ୍ରୀ ରହିଥିଲା।












Click it and Unblock the Notifications