Get Updates
Get notified of breaking news, exclusive insights, and must-see stories!

Odisha Weather: ବଙ୍ଗୋପସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ: ମଙ୍ଗଳବାର ଲଘୁଚାପ, ୨୩ରେ ନେଇପାରେ ଅବପାତ ରୂପ

ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଲଘୁଚାପ ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅଧିକ ବଳ ଗୋଟାଇ ପୁଣି ଘନୀଭୂତ ହେବ । ୨୩ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରଭାଗରେ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୩ ତାରିଖରେ ଅବପାତ ସୃଷ୍ଟି ହୋଇପାରେ । କିନ୍ତୁ ବାତ୍ୟା ସୃଷ୍ଟି ନେଇ କୌଣସି ଆଶଙ୍କା ନାହିଁ। ଅବପାତ ସୃଷ୍ଟି ହେବା ପରେ ଏହାର ଦୁଇଟି ସମ୍ଭାବ୍ୟ ଦିଗ ରହିଛି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର, ବିଶାଖାପାଟଣା ତଳକୁ ଉପକୂଳ ଛୁଇଁପାରେ । ଆଉ ଗୋଟେ ଦୃଶ୍ୟପଟ ହେଉଛି, ଏହା ପାଖାପାଖି ହେବା ପରେ ଉପକୂଳ ନ ଛୁଇଁ ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ ।

Odisha Weather Cyclone may in Bay of Bengal

ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ଏହା କେବଳ ଅବପାତରେ ହିଁ ସୀମିତ ରହିପାରେ । ରାଜ୍ୟରେ ପବନ ବି ହୋଇନପାରେ । ୨୪, ୨୫, ୨୬ ତାରିଖ ତିନି ଦିନ ମଧ୍ୟମରୁ ଭାରୀ ବର୍ଷା ହାଇପାରେ । ୨୪ ତାରିଖରେ ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୫ ଓ ୨୬ ତାରିଖ ପୂରା ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ୨୭ରେ ଉଊର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+