Odisha Weather: ଆସୁଛି ବାତ୍ୟା, ଏମିତି ରହିବ ଓଡ଼ିଶାର ପାଣିପାଗ

ରାଜ୍ୟରେ ଗତ କିଛି ଦିନ ଶୀତର ଲହରି ଜାରି ରହିଛି। ମାତ୍ର ଗୁରୁବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ଼, କେନ୍ଦୁଝରଗଡ଼, କନ୍ଧମାଳ, କଳାହାଣ୍ଡି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ିର ପ୍ରଭାବ ରହିବ। ୨୯ ଓ ୩୦ ତାରିଖରେ ଉପକୂଳ ଓଡିଶା ସହ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Odisha Weather

ଅନ୍ୟପଟେ ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ବୁଧବାର ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବାବେଳେ କଳାହାଣ୍ଡି ଜିଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ପଡ଼ିଥିଲା। ଅନ୍ୟପକ୍ଷରେ ଯାଜପୁରରେ ସର୍ବାଧିକ ତାପମାତ୍ରା ୩୨.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା।

ଜି. ଉଦୟଗିରି ସହରରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ଜି. ଉଦୟଗିରି କୃଷି ଗବେଷଣା କେନ୍ଦ୍ର ତରଫରୁ ଜାଣିବାକୁ ମିଳିଛି । କିନ୍ତୁ ସହରଠାରୁ ଅଧିକ ଶୀତ ମୁକୁଲିଙ୍ଗିଆ, ସିରିକି, କୁର୍ମିଙ୍ଗିଆ ସମେତ ଗ୍ରାମରେ ଅନୁଭୂତ ହେଉଛି ବୋଲି ଗ୍ରାମବାସୀ କହୁଛନ୍ତି। ସେଇ ଗ୍ରାମରେ ତାପ ମାପିବା ଯନ୍ତ୍ର ନ ଥିବାରୁ ସଠିକ୍‌ ତାପମାତ୍ରା ଜଣାପଡୁନାହିଁ। ଆଜକୁ ୧୨ ଦିନ ହେବ ଜି.ଉଦୟଗିରିରେ ତାପମାତ୍ରା କମ୍‌ ରହୁଥିବା ଯୋଗୁ ଜନଜୀବନ ପ୍ରଭାବିତ ହେଉଛ। ଗରିବ ଲୋକମାନେ ବହୁତ କଷ୍ଟ ପାଉଛନ୍ତି। ଘନ କୁହୁଡ଼ି, କୋହଳିଆ ପବନ ଶୀତକୁ ଦ୍ୱିଗୁଣିତ କରିଦେଉଛି। ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରୀ ରହୁଥିବା ଯୋଗୁ ଦିନ ସାରା ଶୀତ ଅନୁଭୂତ ହେଉଛି। ନିରାଶ୍ରୟମାନଙ୍କ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ରାତ୍ରକାଳୀନ ଆଶ୍ରୟସ୍ଥଳ ଖୋଲାଯାଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଦୀର୍ଘଦିନ ହେବ ଶୀତ ଲାଗି ରହିବା ଫଳରେ ଘରେ ଘରେ ଲୋକମାନେ ଥଣ୍ଡା, କାଶରେ ଆକ୍ରାନ୍ତ ହେଉଛନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକମାନେ ନିଆଁ ଜାଳି ନିଆଁ ପୁଉଁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+