Odisha Weather: ଆସୁଛି ବର୍ଷ, ଦୁଇ ଦିନ ଛେଚିବ
ରାଜ୍ୟରେ କିଛିଦିନ ହେଲା ତାପମାତ୍ରା ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି।
ଶନିବାର ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ହିଟ୍ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଏନେଇ ରାଜ୍ୟବାସୀଙ୍କୁ ଖରମରୁ ଟିକିଏ ଆଶ୍ୱସ୍ତି ମିଳିବ।
ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟେୱଭ ଜାରି ରହିବ। ଏନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ












Click it and Unblock the Notifications