Odisha Weather: ୧୨ରୁ ବଢିବ ଶୀତ, କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା
କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭବ ହେବ । ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି ।
ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବ। କେନ୍ଦ୍ରୀୟ ଭାରତ, ଗୁଜୁରାଟ୍, ମହାରାଷ୍ଟ୍ର ଏବଂ ଓଡି଼ଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହିବ। ୧୨ ତାରିଖରୁ ସାମାନ୍ୟ ଶୀତ ବଢିପାରେ। ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ସଂଲଗ୍ନ ପୂର୍ବ ଭାରତରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତାର ବିସ୍ତାରତି ପାଣିପାଗ ଆକଳନ ରିପୋର୍ଟ ରେ ଏହି ପୂର୍ବାନୁମାନ ଦେଇଛି। ।

ଡିସେମ୍ବର ପ୍ରଥମ ସପ୍ତାହରେ ୫ ରୁ ୧୨ ତାରିଖରେ ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ୧ ରୁ ୫ ମିମି ବର୍ଷା ହୋଇପାରେ । ଦ୍ୱିତୀୟ ସପ୍ତାହ ୧୨ ରୁ ୧୯ ତାରିଖ ମଧ୍ୟରେ ଆଦୌ ବର୍ଷା ହେବ ନାହିଁ । ପାଗ ସମ୍ପୁର୍ଣ୍ଣ ଶୁଖିଲା ରହିବ। ୬ରୁ ୧୨ ତାରିଖ ଯାଏ ପଶ୍ଚିମ ଓଡି଼ଶା ଏବଂ ଉତ୍ତର ଓଡି଼ଶାରେ ରାତି ତାପମାତ୍ରା ୧୦ରୁ ୧୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ଉପକୂଳ ଓ ଦକ୍ଷିଣ ଓଡିଶାରେ ରାତି ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ୧୩ ରୁ ୧୯ ମଧ୍ୟରେ ରାଜ୍ୟରେ ରାଜ୍ୟରେ ରାତି ତାପମାତ୍ରା ଖସିବ। ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୪ ଡିଗ୍ରୀ ମଧ୍ୟରେ ରହିପାରେ।
ତେବେ, ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି କୋରାପୁଟ୍, ସୁନ୍ଦରଗଡ, କନ୍ଧମାଳ, କଳାହାଣ୍ତି, ଓ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବେ। ସେହିପରି, ସୁନ୍ଦରଗଡ଼, ଝାରସୁଗୁଡ଼ା , କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକା ବର୍ଷାର ସମ୍ଭାବନା ରହିଛି।ଆସନ୍ତା ୮ ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା ସମେତ ଗଜପତି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ , ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଶନିବାର ଠାରୁ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା୨ ରୁ ୪ ଡିଗ୍ରୀ କମିପାରେ ବୋଲି ଆକଳ କରାଯାଇଛି। ଗୁରୁବାର ଦିନ ନୟାଗଡର ରାତି ତାପମାତ୍ରା ସବୁଠୁ କମ୍ ୧୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା।
ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଜି ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ ।












Click it and Unblock the Notifications