Odisha Weather: ଆଜି ଓ କାଲି ମେଘୁଆ ପାଗ ସହ ବର୍ଷା
ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ । ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା । ଆଜି ଓ କାଲି ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବା ପୂର୍ବାନୁମାନ ।

ବାଲେଶ୍ବରରୁ ଭୁବନେଶ୍ବର; କଟକରୁ ଅନୁଗୁଳ, ସବୁଠି ଥିଲା କୋହଲା ପାଗ। ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ଦିଶୁଥିଲା। ତା' ଭିତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି। ସବୁ ସହରର ସର୍ବନିମ୍ନ ତାପମାତ୍ରା ୧୦ରୁ ୨୦ ଡିଗ୍ରି ମଧ୍ୟରେ ରହିଥିଲା।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ଖୋର୍ଦ୍ଧା ସହରରେ ସର୍ବାଧିକ ୪୦ ମିମି ବର୍ଷା ହୋଇଛି । ଯେତେବେଳେ କି ପାରାଦୀପରେ ୨୭.୮, ଜଗତ୍ସିଂହପୁରରେ ୧୮.୧, ନୟାଗଡ଼ରେ ୧୮, ଭୁବନେଶ୍ବରରେ ୧୬.୭, ପାରଳାଖେମୁଣ୍ଡିରେ ୧୩, କଟକରେ ୯.୬, କୋରାପୁଟରେ ୬.୨ ମିମି ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ନବରଙ୍ଗପୁର, ଯାଜପୁର, ବାଲେଶ୍ବର, ରାୟଗଡ଼ା, ବୌଦ୍ଧ, ଦାରିଙ୍ଗବାଡ଼ି, ସୋନପୁର, କନ୍ଧମାଳ, ଅନୁଗୁଳ, ଭଦ୍ରକ, ପୁରୀ ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।












Click it and Unblock the Notifications