ବାତ୍ୟାର ରୂପ ନେବ ଫେଙ୍ଗାଲ! ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମେଘୁଆ ପାଗ
Odisha Weather: ତାଲିଲନାଡୁ-ପୁଡୁଚେରୀ ଉପକୂଳ ମୁହାଁ ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଲ୍ୟାଣ୍ତଫଲ୍ କରିପାରେ ବାତ୍ୟା 'ଫେଙ୍ଗାଲ' । ଯାହା ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ଏବଂ ସମ୍ଭାବ୍ୟ ବାତ୍ୟାନେଇ ବହୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ଫେଙ୍ଗାଲ ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । ବଙ୍ଗୋପସାଗରରେ 'Fengal'କୁ ନେଇ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି IMD । ଖାସ କରି ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶରେ ପାଗ ଅତ୍ୟନ୍ତ ଖରାପ ରହିବ ବୋଲି ଆଶା କରାଯାଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଭୟଙ୍କର ହେବ ଏବଂ ବଳ ବର୍ଷା, ପବନ ହେବାର ଆଶଙ୍କା ରହିଛି ।
ପ୍ରବଳ ବର୍ଷା ନେଇ ନେଇ ପୁ଼ଡୁଚେରୀ ଓ ତାମିଲନାଡୁରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପସ ପ୍ରସ୍ତୁତି କରାଯାଇଛି ।












Click it and Unblock the Notifications