Odisha Weather: ଆହୁରି ୩ ଦିନ ଗୁଳୁଗୁଳି, ୧୧ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ

ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି।

Odisha Weather

ଏପଟେ ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା। ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି । ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବାବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

ମେ' ମାସରେ ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଯଦି ବାତ୍ୟା ସୃଷ୍ଟି ହେବ, ତେବେ ନାଁ ରଖାଯିବ ଶକ୍ତି । ଶ୍ରୀଲଙ୍କା ଏହାର ନାମକରଣ କରିବ।

ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଂଶରେ ସକ୍ରିୟ ହୋଇଛି। ସେହିପରି ବଙ୍ଗୋପସାଗରରେ ଗୋଟିଏ ବାତ୍ୟା ଦାନା ବାନ୍ଧିବାର ସଙ୍କେତ ମିଳିଛି। ହେଲେ ଏହା ନିଶ୍ଚିତ ହୋଇନାହିଁ ।

ମଙ୍ଗଳବାର ଆଇଏମଡି କହିଛି, ଆଣ୍ତାମାନ ସାଗର ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୧.୫ କିମି ଓ ୭.୬ କିମି ମଧ୍ୟରେ ରହିଛି। ଏହାର ମୁହଁ ଦକ୍ଷିଣ ପଶ୍ଚିମ ଦିଗ ଆଡ଼େ ରହିଛି। ଗୋଟିଏ ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ଓ ଆଉ ଗୋଟିଏ ପଶ୍ଚିମ ରାଜସ୍ଥାନ ଉପରେ କେନ୍ଦ୍ରୀଭୂତ ହୋଇଛି।

ସ୍ଥାନୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆସନ୍ତା ୧୬ରୁ ୨୨ ତାରିଖ ମଧ୍ୟରେ ଗୋଟିଏ ଲଘୁଚାପ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହେବାର ଆଶଙ୍କା ଯଥେଷ୍ଟ ରହିଛି। ସମ୍ଭବତଃ ଏହା ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ।

ବାଂଲାଦେଶୀ ପାଣିପାଗ ବିଶେଜ୍ଞ ମୁସ୍ତାଫା କମଲ ପାଲାଶ ଚେତାବନୀ ଦେଇଛନ୍ତି ଯେ ବଙ୍ଗୋପସାଗର ଉପରେ ଗୋଟିଏ ବାତ୍ୟାର ଆଶଙ୍କା ରହିଛି। ୧୬ରୁ ୧୮ ତାରିଖ ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାପରେ ଏହା ୨୩ରୁ ୨୮ ତାରିଖ ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ହେଲେ ଏହାର ତୀବ୍ରତା ସମ୍ପର୍କରେ ସେ କିଛି ବି କହି ନାହାନ୍ତି।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ଯେ ଯେହେତୁ ଆଣ୍ଡାମାନ ସାଗରର ଉପରି ଭାଗରେ ଘୂର୍ଣ୍ଣିବଳୟର ଉପସ୍ଥିତି ରହିଛି, ତେଣୁ ୧୬ରୁ ୨୨ତାରିଖରେ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ। ବାତ୍ୟା ସୃଷ୍ଟି ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ କିମ୍ବା ବାଂଲାଦେଶର କୁଲନା ଓ ଚଟ୍ଟୋଗ୍ରାମ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ।

ଆଇଏମଡି ବାତ୍ୟା ସମ୍ପର୍କରେ କିଛି ବି ଏଯାଏ କହିନି। ଏବେ ଠାରୁ ବାତ୍ୟା ସମ୍ପର୍କରେ ଆକଳନ କରିବା ସମ୍ଭବ ନୁହେଁ। ଘୂର୍ଣ୍ଣି ବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ଏ ସମ୍ପର୍କରେ ପୂର୍ବାନୁମାନ କରାଯିବ ବୋଲି ଆଇଏମଡି କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+