Odisha Weather: ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
ରାଜ୍ୟରେ ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ବା ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ ରେକର୍ଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ଏବେ ଶୀତ ଅନୁଭବ ହେବା ଆରମ୍ଭ ହୋଇଛି। ରାତି ବେଳା ତାପମାତ୍ରା ଖସି ଯାଉଛି। ଭବାନୀପାଟଣା ଓ ରାୟଗଡାରେ ୧୭ ଡିଗ୍ରୀ, କୋରାପୁଟ ରେ ୧୭.୮, ବଲାଙ୍ଗୀରରେ ୧୭.୯, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୮.୨, ଅନୁଗୁଳରେ ୧୮.୬, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୋନପୁର ଓ ଟିଟିଲାଗଡରେ ୨୦, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ସେହିପରି ଆଜି ଓ ଆସନ୍ତାକାଲି ପୁରୀ, ଗଂଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବିଭାଗ ତାଜା ସୂଚାନ ଅନୁସାରେ, ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ଏବେ ରାଜ୍ୟରେ ଧୀରେଧୀରେ ଥଣ୍ଡା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଶୀତ ଅନୁଭୂତ ହେବ । ତେବେ, ଏବେ ରାଜ୍ୟରେ ଶୁଖିଲା ପାଗ ଦେଖିବାକୁ ମିଳୁଥିବା ବେଳେ ଆଗକୁ ରାଜ୍ୟରେ କୁହୁଡି ସହିତ ଥଣ୍ତା ଅନୁଭବ ହେବ ବୋଲି କୁହାଯାଇଛି । ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି ।












Click it and Unblock the Notifications