Odisha Weather: ଚଳିତ ବର୍ଷ ପ୍ରଥମଥର ୩୮ ଟପିଲା ରାଜଧାନୀ ତାତି
ଚଳିତ ବର୍ଷ ପ୍ରଥମଥର ୩୮ ଟପିଲା ରାଜଧାନୀ ତାତି। ଆଜି ଭୁବନେଶ୍ବର ତାପମାତ୍ରା ୩୮.୨ ଡିଗ୍ରୀ ।

ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି। ଦିନ ୨.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି। ୨ଟା ୩୦ ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲାରେ ୩୯, ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୪ ଓ କେନ୍ଦୁଝରରେ ୩୬.୬ ଡିଗ୍ରୀ ରହିଛି ତାପମାତ୍ରା।












Click it and Unblock the Notifications