ଲଗାଣ ବର୍ଷା ନେଇ ଭୁବନେଶ୍ୱର ଓ କଟକକୁ ହାଇ ଆଲର୍ଟ
ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା।
ଭୁବନେଶ୍ୱର: ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ସକ୍ରିୟ ଲଘୁଚାପ ପ୍ରଭାବରେ ଭିଜୁଛି ପୂରା ଉପକୂଳ ଓଡ଼ିଶା। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେମି ଯାଏ ବର୍ଷା ହେବାର ଆକଳନ କରାଯାଇଛି। ରାଜଧାନୀର ରସୁଲଗଡ଼ରେ ବନ୍ୟା ଭଳି ବର୍ଷା ପରିଲକ୍ଷିତ ହୋଇଛି।

ଗତ ୨୪ଘଣ୍ଟାରେ କାକଟପୁରରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିଭଳି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଲଗାଣ ବର୍ଷା, ୨୪ ଘଣ୍ଟା ଭିତରେ କାକଟପୁରରେ ସର୍ବାଧିକ ହୋଇଛି। କାକଟପୁରରେ ସର୍ବାଧିକ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ପୁରୀ ଜିଲ୍ଲାର ଅସ୍ତରଙ୍ଗ ରେ୧୪୪, ଗୋପରେ ୧୦୫.୨ ମିମି ବର୍ଷା ହୋଇଛି। ଏଣେ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୧୪୦, ନୂଆଗାଁରେ ୧୩୨, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୧୨୦, ଆଳିରେ ୮୮ ଓ ରାଜକନିକାରେ ୭୧, ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୭୩ ଏବଂ ଜଳେଶ୍ୱରରେ ୭୧ ମିମି ବର୍ଷା ରେକର୍ଡ କରାଯାଇଛି।












Click it and Unblock the Notifications