Odisha Weather: ଆସୁଛି ଆଉ ଏକ ବଡ଼ ବର୍ଷା, ଭିଜିପାରେ ଏହିସବୁ ଜିଲ୍ଲା

ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ଦଶହରା ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ କୁମାର ପୂର୍ଣ୍ଣିମା ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଓଡି଼ଶାରେ ୧୪ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଅକ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୫ ରୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ।

ଗଞ୍ଜାମରୁ ପୁରୀ ପର୍ଯ୍ୟନ୍ତ ୧୫ ରୁ ୧୮ ତାରିଖ ଭିତରେ ଉପକୂଳ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୬ରୁ ୧୮ ତାରିଖ ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓ ୧୭-୧୮ ତାରିଖରେ ଉତ୍ତର ଓଡି଼ଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୬ ଓ ୧୭ ରେ ଅଧିକ ବର୍ଷା ହୋଇପାରେ। ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଗଂଜାମ, ଗଜପତି ,ମାଲକାନଗିରି, କୋରାପୁଟ, ରାୟଗଡା ,ନବରଙ୍ଗପୁରରେ ହାଲୁକାରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

Odisha Weather

୧୪ ଯାଏ ଏମିତି ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ୧୫ରେ ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, କନ୍ଧମାଳ, ମାଲକାନଗିରି କୋରାପୁଟ୍, ରାୟଗଡା, ନବରଙ୍ଗପୁର ବର୍ଷା ସମ୍ଭାବନା ରହିଛି। ୧୬ ଦକ୍ଷିଣ ଓଡି଼ଶା ଏବଂ କଟକ,କେନ୍ଦ୍ରାପଡା, ଜଗତସିଂହପୁରରେ ବର୍ଷା ହୋଇପାରେ। ଗୁରୁବାର ଦିନ ୧୪ଟି ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଥିଲା। ଚାନ୍ଦବାଲି ୩୬ ଡିଗ୍ରୀ ଥିଲା ବେଳେ ଟିଟିଲାଗଡରେ ୩୫ ଡିଗ୍ରୀ ରେକର୍ଡ଼ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+