ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ; ଆହୁରି ବର୍ଷିବ !
ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ । ଯାହା ଫଳରେ ସେପ୍ଟେମ୍ବରରୁ ପହିଲାରୁ ରାଜ୍ୟରେ ଜାରି ରହିବ ବର୍ଷା ପୁଣି ଭିଜିବ ଓଡିଶା । ସେପଟେ ଲଘୁଚାପ ପ୍ରଭାବରେ ଆଉ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ବି ରହିଥିବା ବେଳେ ଲଘୁଚାପରେ ପରିଣତ ହୋଇଛି ସଦୃଶ ଲଘୁଚାପ ।
ଆଜିଠୁ କମିବ ବର୍ଷା:
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, 'ଛତିଶଗଡ଼ ଉପରେ ସକ୍ରିୟ ରହିଛି । ଆଜି ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ । ଉତ୍ତର ଓ ଉପକୂଳ ଓଡିଶାର କିଛି ଅଞ୍ଚଳରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି ୩୧ ରୁ ବଢିବ ବର୍ଷା । ୩୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

ଆହୁରି ବର୍ଷିବ !
ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ତିନି ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆଜି ରାଜ୍ୟର କିଛି କିଛି ଅଂଚଳରେ ବର୍ଷା ହେବ ସହ ସୋନପୁର ସମ୍ବଲପୁର ଝାରସୁଗୁଡା ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଲଘୁଚାପ ପ୍ରଭାବରେ ୩୦ ତାରିଖ ଯାଏ ବର୍ଷା ହେବାର ସମ୍ଭାବନ ଥିବା ବେଳେ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମେଘୁଆ ପାଗରେ ଓ ପବନର ବେଗ ନେଇ ସମୁଦ୍ର ଅଶାନ୍ତ ରହିବ । ଫଳରେ ଆହୁରି ୨୪ ଘଣ୍ଟା ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା-
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ପରେ 48 ଘଣ୍ଟା ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଗାମୀ 31 ତାରିଖ ପର୍ଯ୍ୟନ୍ତ ବର୍ଷା ରାଜ୍ୟରେ ଲାଗି ରହିବା ନେଇ ଚେତାବନୀ ଦେଇଥିଲା ପାଣିପାଗ ବିଭାଗ ।












Click it and Unblock the Notifications