Odisha Weather: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର ଅବପାତ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ୍ ଓ ରାୟଗଡାରେ ବି ସ୍ଥିତି ବେହାଲ ହୋଇଛି । ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ। ୩ ଘଣ୍ଟା ପାଇଁ ବର୍ଷା ସହ ଘଡ଼ଘଡ଼ି ନେଇ ସତର୍କ ସୂଚନା। ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ।
ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଆଜି ବି ବର୍ଷା ଲାଗି ରହିବ । ତେବେ, ପଶ୍ଚିମ ଓଡି଼ଶାରେ ପ୍ରବଳ ବର୍ଷା ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ଦିନ ପୁରୀ ପାଖରେ ଓଡି଼ଶା ଉପକୂଳ ଅତିକ୍ରମ କରିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବାସହ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଯାଉଛି । ଏହା ଦୁର୍ବଳ ହୋଇ ଅବପାତକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର ଛତିଶଗଡ ଆଡ଼କୁ ଗତି କରିବ । ମଙ୍ଗଳବାର ସୁଧା ଏହା ଆହୁରି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପକୁ ଖସିଯିବ ବୋଲି ଆକଳନ କରାଯାଇଛି ।













Click it and Unblock the Notifications