ପାଣିପାଗ ବିଭାଗର ସତର୍କ ସୂଚନା; ୩ ଘଣ୍ଟା ଭିତରେ ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା !
ତେବେ ତାତିରୁ ମିଳିବ ବଡ଼ ଆଶ୍ୱସ୍ତି। ଗ୍ରୀଷ୍ମପ୍ରବାହ ମଧ୍ୟରେ ଲୋକେ ଆଶ୍ୱସ୍ତି ଅନୁଭବ କରିବେ । । ତାତିରେ ଓଡ଼ିଶା ସିଝୁଥିବା ବେଳେ ଓଡ଼ିଶାବାସୀଙ୍କୁ ଆରାମ୍ ମିଳିବାକୁ ଯାଉଛି । କାଳେବୖଶାଖୀ ଫଳରେ ପ୍ରବଳ ବର୍ଷା ହେବ। ଯାହା ପାଗକୁ ଥଣ୍ଡା ପକାଇବ ।
ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା । ଆଗାମୀ ୩ ଘଣ୍ଟା ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ । ୪୦-୫୦ କିମି ବେଗରେ ପବନ ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।

ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ୨୦ଟି ଜିଲ୍ଲାରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୨୦ଟି ଜିଲ୍ଲା ମଧ୍ୟରୁ ଅେନକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହି ତିନି ଦିନ ଖରା ଟିକେ କମିବ । ଲୋକେ ତାତିରୁ ଆଶ୍ୱସ୍ତି ପାଇବେ ।
କୋରାପୁଟ, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୁରଭଞ୍ଜରେ ବର୍ଷା ହୋଇପାରେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ହେଉଥିବା ବେଳେ ଏହା କିଛି ଆଶ୍ୱସ୍ତି ଦେବ ।
୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ସମ୍ଭାବନା ରହିଛି । ୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ । ଉତ୍ତର ଉପକୂଳ ଓଡ଼ିଶା-ପାଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି ରହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ଗତ ୧୫ ବର୍ଷରେ ସର୍ବାଧିକ ଗ୍ରୀଷ୍ମପ୍ରବାହ ୨୦୧୦ରେ ଏପ୍ରିଲ ମାସରେ ୨୩ ଦିନ ଦୁଇଟି ଅବଧିରେ ଅନୁଭୂତ ହୋଇଥିଲା । କିନ୍ତୁ ୨୦୧୬ରେ ଲଗାତର ଭାବେ ୨୧ ଦିନ ଅର୍ଥାତ୍ ୧୦ ଏପ୍ରିଲରୁ ୩୦ ଏପ୍ରିଲ ଯାଏଁ ରହିଥିଲା ଗ୍ରୀଷ୍ମପ୍ରବାହ ।












Click it and Unblock the Notifications