Odisha Weather: ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୯ ଜିଲ୍ଲାକୁ ଆଲର୍ଟ

ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ମଙ୍ଗଳବାର ସକାଳ ସକାଳ ସାଢେ ୫ଟା ମଧ୍ୟରେ ନୟାଗଡରେ ସର୍ବାଧିକ ବର୍ଷା ୧୫.୨ ମିମି ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳ, ଦାରିଙ୍ଗିବାଡି, ଫୁଲବାଣୀ ,କୋରାପୁଟ୍, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ,ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ୍ , ରାୟଗଡା ଓ ଗଜପତିରେ ବିଜୁଳି ଘଡ଼଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ, ଦଶହରାରେ ପାଗ ମେଘୁଆ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଫଳରେ ଦଶହରାରେ ଅନେକ ସ୍ଥାନରେ ବର୍ଷା ହୋଇପାରେ। ବର୍ତ୍ତମାନ ଓଡିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରକ୍ରିୟା ପ୍ରଭାବ ପଡିବ ନାହିଁ।

Odisha Weather

କିନ୍ତୁ ପୂର୍ବାଳୀ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟ ମଧ୍ୟକପ କ୍ରମାଗତ ଭାବେ ଜଳୀୟ ବାସ୍ପ ପ୍ରବେଶ କରୁଛି। ଏହା ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁସ୍କ ବାୟୁ ଓ ଉତ୍ତପ୍ତ ବାୟୁ ମଣ୍ତଳ ସଂସ୍ପର୍ଶରେ ଆସି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ସୃଷ୍ଟି କରୁଛି। ରାଜ୍ୟରେ ହାଲୁକାରୁ ମଧ୍ୟମର ବର୍ଷା ଲାଗୁ ରହିଥିବା ବେଳେ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ହୋଇଥିବା ବେଳେ ପାରଳାଖେମୁଣ୍ତି ସହର ସବୁଠୁ ଅଧିକ ଉତ୍ତପ୍ତ ରହିଥିଲା। ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+