Odisha Weather: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ଆଜିଠୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ। ଆଜିଠୁ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବଢ଼ିବ ବର୍ଷା। ଗଜପତି, ଗଞ୍ଜାମ ସହ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା। ୧୯ ଓ ୨୦ ଦୁଇ ଦିନ ବର୍ଷା। ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ।

ଆଜି ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ରାତି ତାପମାତ୍ରା। ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସକ୍ରିୟ ରହିଥି।

ଆଗକୁ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି। ଲଘୁଚାପ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ୧୯ ତାରିଖ ସୁଦ୍ଧା ଗତିପଥ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଗତି କରିବ।

Odisha Weather

୨୧ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ ପୁଡୁଚେରୀରେ ବର୍ଷା ସମ୍ଭାବନା ରହିଛି।

ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆକାଶ ମେଘାଛନ୍ନ ରହିବା ସହ ପାଗ କୋହଲା ରହିବ। ବର୍ଷା ଫଳରେ ରାତିର ତାପମାତ୍ରା ବୃଦ୍ଧି ପାଇବ।

୨୨ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରାରେ ପୁଣି ହ୍ରାସ ପାଇବ। ଗତ ୨୪ ଘଣ୍ଟାରେ ରାଜ୍ୟର ୧୩ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ରହିଛ। ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ କରାଯାଇଛି।

ବର୍ଷା ଯୋଗୁଁ ଚାଷୀଙ୍କୁ ସତର୍କ କରାଯାଇଥିବା ବେଳେ ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି। ଲୋକେ ଶୀତ ଅନୁଭବ କରିବେ। କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ପବନ ମଧ୍ୟ ପ୍ରବାହିତ ହେବ। ବର୍ଷା ଓ କୋହଲା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ। ଏହିପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ରାତିରେ ତାପମାତ୍ର ୩ ରୁ ୫ ଡିଗ୍ରି ବୃଦ୍ଧି ପାଇବ। ୨୨ ରୁ ପୁଣି କମିବ ରାତି ତାପମାତ୍ରା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+