Odisha Weather: ୩୫ ଡିଗ୍ରୀ ଉପରେ ୭ ସହର
ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବାବେଳେ ୫ ସହରରେ ପାରଦ ୩୫ ଡିଗ୍ରୀ ବା ତା'ଠାରୁ ଅଧିକ ରହିଥିଲା

ସେହିଭଳି ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ତେବେ ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ପରବର୍ତ୍ତୀ ୩ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହାସହ ୨ଦିନ ପର୍ଯ୍ୟନ୍ତ ସକାଳ ସମୟରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲାରେ ହାଲୁକା କୁହୁଡ଼ି ଦେଖାଯାଇପାରେ ବୋଲି ସୂଚନା ଦିଆଯାଇଛି।












Click it and Unblock the Notifications