Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ୫୬ ହଜାର ୮୯୦ ହେକ୍ଟର ଆୟାକଟ ଅଂଚଳକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ

ଭୁବନେଶ୍ବର: ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟିର ୨୨ ତମ ବୈଠକ ଆଜି ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୯୧୧ଟି ଗୋଟି ଉଠାଜଳସେଚନ ପ୍ରକଳ୍ପ (କ୍ଲିପ) ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି।

water resources department odisha

୫୬ ହଜାର ୮୯୦ ହେକ୍ଟର ଆୟାକଟ ଅଂଚଳକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ

ଏହି ପ୍ରକଳ୍ପ ଗୁଡିକ ମଧ୍ୟର୍ଫେ ୨,୦୨୨ଟି ରିଭର ଲିଫ୍ଟଟ ପ୍ରକଳ୍ପ (ନଦୀ-ଉଠାଜଳସେଚନ ପ୍ରଣାଳୀରେ ଜଳସେଚନ) ଓ ୬୨୭ ଟି ନଳକୂପ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିିଟିରେ ଅନୁମୋଦନ କରାଯାଇଛି । ବିକେବିୱାଇ ପ୍ରକଳ୍ପ କାର୍ଯକାରୀ ହେଉଥିବା ରାଜ୍ୟର କେବିକେ ଅଂଚଳର ୬ଟି ଜିଲ୍ଲା ଓ ଅଣ କେବିକେ ଜିଲ୍ଲାର ୨୧ଟି ଜିଲ୍ଲା ଏହିପରି ମୋଟ ୨୭ଟି ଜିଲ୍ଲାର ୨୨୧ଟି ବ୍ଲକରେ ୯୮,୧୯୫.୧୧ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପସବୁ କାର୍ଯ୍ୟକାରୀ ହେବା ଫଳରେ ନକ୍ସାଙ୍କନ କରାଯାଇଥିବା ୫୬ ହଜାର ୮୯୦ ହେକ୍ଟର ଆୟାକଟ ଅଂଚଳକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ ।

ନାବାର୍ଡର ରାଜ୍ୟ ଗ୍ରାମୀଣ ଭିତିଭୂମି ଉନ୍ନୟନ ସହାୟତା ପାଣ୍ଠି ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏଥି ସହିତ ଜଳବାୟୁ ପରିବର୍ତନକୁ ଦୃଷ୍ଟିରେ ରଖି ପୋଷଣୀୟ ଜଳସେଚନ ସୁବିଧା ନିମନ୍ତେ ଭୂତଳ ଜଳର ପୁନର୍ଭରଣ ପାଇଁ ୨୬୨ଟି ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପାଇଁ ବୈ÷ଠକରେ ନିଷ୍ପତି ନିଆଯାଇଥିବା ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+