ସରିଲା ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଲେ ଶାହ
ଦିନିକିଆ ଓଡ଼ିଶା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ବିଶେଷ ବିମାନରେ ଦିଲ୍ଲୀ ଫେରିଛନ୍ତି । ତେବେ ଆଜି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ରାଜ୍ୟ ବିଜେି କାର୍ଯ୍ୟାଳୟରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଦଳୀୟ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟସଭାର ଚତୁର୍ଥ ଆସନ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଏହାପରେ ସେ ସେ ପୁଣିଥରେ ଦିଲ୍ଲୀ ଫେରିଥିବାବେଳେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ବିମାନ ବନ୍ଦରରେ ଦିଆଯାଇଥିଲା ।

ଅମିତ ଶାହ ୩୨୭୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ପାରାଦୀପରେ ସଲଫ୍ୟୁରିକ ଏସିଡ୍ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି । ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲଫୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଳାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । କଟକରେ ସିଆଇଏସଏଫର ୭୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ, ସିଆଇଏସଏଫ୍ ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ଜାବୁଡ଼ି ଧରିଛି । ଦେଶର ୭୦ ବିମାନବନ୍ଦର ସହ ୩୬୧ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ସୁରକ୍ଷା ଦାୟିତ୍ୱ ନିଷ୍ଠାର ତୁଲାଉଛି । ୨୦୪୭ ବିକଶିତ ଭାରତ ପାଇଁ ସିଆଇଏସଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାରାଦୀପ ପ୍ଲାଣ୍ଟ କୃଷିକ୍ଷେତ୍ରକୁ ବଡ଼ ସହାୟକ ହେବ ବୋଲି କହିଥିଲେ । ଓଡ଼ିଶାର ନୂତନ ସମବାୟ ନୀତି ମଧ୍ୟ ସେ ଉନ୍ମୋଚିତ କରିଥିଲେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ନ୍ୟାୟ ସଂହିତା ପ୍ରଦର୍ଶନୀର ଉଦଘାଟନ ମଧ୍ୟ କରିଥିଲେ ଶାହ ।
ଆଜି ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । ଏହି ଅବସରରେ କହିଥିଲେ, ଭାରତ ଏବେ ଦ୍ରୁତ ବେଗରେ ବିକାଶରେ ଆଗକୁ ଯାଉଛି । ନକ୍ସଲବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛନ୍ତି ସରକାର । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବା ନିଶ୍ଚିତ । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦ ବର୍ଷ ଯେଉଁ କ୍ଷତି ସହିଛି ତାକୁ ଆମ ସରକାର ଆସନ୍ତା ୫ ବର୍ଷରେ ଭରଣା କରିବ ।












Click it and Unblock the Notifications