ବିଶାଖାପାଟଣା ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
Odisha Vishakhapatnam Jagdalpur Passenger Train Derailedବିଶାଖାପାଟଣା ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ଜୟପୁର: ବିଶାଖାପାଟଣା ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । କୋରପୁଟ ଜିଲ୍ଲା ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁଚ ହୋଇଛିି । ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା- କିରଣ୍ତୁଲ ପାସେଞ୍ଜର ଟ୍ରେନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଗୋଟିଏ ସ୍ଲିପର କ୍ଲାସ ଓ ୩ଟି ଜେନେରାଲ କୋଚ୍ ଲାଇନଚ୍ୟୁତ ହୋଇଛି ।

ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବାବେଳେ ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଦୁର୍ଘଟଣା ରେସ୍କ୍ୟୁ ଟ୍ରେନ୍ ପହଁଚିବା ସହ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ରେଳ ମନ୍ତ୍ରାଳୟ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।












Click it and Unblock the Notifications