ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ,୩୬ଟି ପ୍ଲଟ୍ ଠାବ !

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଏମଭିଆଇ । ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି ।

ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି। ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି।

vigilance
ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା। ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍‌ ଥିବା ବି ଜଣାଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+