ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ଜାଲରେ ପଡ଼ିଲେ ବ୍ଲକ ଯୋଗାଣ ସାହାୟିକା
ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ତାଙ୍କୁ ଧରିଛନ୍ତି।

ବିଭାଗ ପକ୍ଷରୁ ଜଣାପଡିଛି ଯେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା ବ୍ଲକରେ କାର୍ଯ୍ୟ କରୁଥିବା ଜଣେ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ଓ ୟୁସି ପ୍ରମାଣ ପତ୍ର କରିବା ପାଇଁ ହଇରାଣ ହରକତ କରୁଥିଲେ ଏବଂ ଶେଷରେ ୭ ହଜାର ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ କର୍ମଚାରୀ ଏଥିନେଇ ଦୁର୍ନୀତି ନିବାରଣ ବିଭାଗ ସହ ଯୋଗାଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ମମତା ବେହେରା କୋରାପୁଟରେ ଟଙ୍କା ନେବାପାଇଁ କହିଥିଲେ ଏବଂ ଆଜି ସାରେ ସ୍ଥାନୀୟ ଆରଡ଼ି କାର୍ଯ୍ୟାଳୟ ସାମ୍ନାରେ ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ କର୍ମଚାରୀମାନେ ଧରିଥିଲେ।












Click it and Unblock the Notifications