ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ରେଡ୍, ୮ଟି ସ୍ଥାନରେ ଚଢାଉ
Odisha News: ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକ ସମୟରେ ଆଠଟି ସ୍ଥାନରେ ରେଡ୍ କରାଯାଉଥିବା ନେଇ ସୂଚନା ।

ସୂଚନା ଅନୁସାରେ, କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଭଞ୍ଜନଗର କୁଲାଡ଼ ସ୍ଥିତ ବାସଭବନ ଏବଂ ପାଖରେ ଥିବା ୬ଟି ସ୍ଥାନ ଓ ବ୍ରହ୍ମପୁରରେ ଥିବା ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ପୁରା ଘଟଣାରେ ତଦନ୍ତ କରିବା ପରେ ବ୍ରହ୍ମପୁର ଓ ଫୁଲବାଣୀର ଭିଜିଲାନ୍ସ କର୍ମଚାରୀମାନେ ଏକାଠି ହୋଇ ଚଢାଉ କରୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications