ଭିଜିଲାନ୍ସ ଜାଲରେ ପଡ଼ିଲେ କୁତ୍ରା ସିଡିପିଓ

ରାଜଗାଙ୍ଗପୁର : ଲାଞ୍ଚ ନେଇ କୁତ୍ରା ସିଡିପିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କୁତ୍ରା ସିଡିପିଓ ଜୟଶ୍ରୀ ପଟ୍ଟନାୟକ ଅଙ୍ଗନବାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା । ସୁଚନାନୁସାରେ କିଛି ଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ ତ୍ରୁଟି ଧରିଥିଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଅଙ୍ଗନବାଡ଼ି କର୍ମୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଅଙ୍ଗନବାଡ଼ି କର୍ମୀ କାକୁତିମିନତି ହୋଇଥିଲେ ବି ଶୁଣି ନଥିଲେ। ଟଙ୍କା ନଦେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିବା ପରେ ଅଙ୍ଗନବାଡ଼ି କର୍ମୀ କିସ୍ତିରେ ଟଙ୍କା ଦେଇପାରିବେ କହିଥିଲେ। ତେବେ ଟଙ୍କା ପାଇଁ ଚାପ ପକାଇବାରୁ ଅଙ୍ଗନବାଡ଼ି କର୍ମୀ ରାଉରକେଲା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

Odisha vigilance catches kutra CDPO

ସେପ୍ଟମ୍ବର ୧ ତାରିଖରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶିଶୁ ବିକାଶ ଅଧିକାରୀଙ୍କୁ ଧରିବାକୁ ଯୋଜନା କରିଥିଲା। ଆଉ ଆଜି ଅଙ୍ଗନବାଡ଼ି କର୍ମୀ ପ୍ରଥମ କିସ୍ତି ୨ ହଜାର ଟଙ୍କା ଦେଲା ବେଳେ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ଜୟଶ୍ରୀଙ୍କୁ ମାଡ଼ି ବସିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+